ମହାଭାରତ ତଥା ଅନ୍ୟାନ୍ୟ ପୁରାଣ ଅନୁସାରେ ଶାନ୍ତନୁ ଥିଲେ ହସ୍ତିନାପୁରର ରାଜା, ଯେ କି ଭୀଷ୍ମ ବା ଦେବବ୍ରତଙ୍କ ପିତା ତଥା କୁରୁ ପାଣ୍ଡବ ମାନଂକ ପିତାମହ ଥିଲେ । ସେ ଭରତ ଗୋତ୍ର ତଥା ଚନ୍ଦ୍ର ବଂଶଜ ଥିଲେ । ମଥାରେ ଅର୍ଦ୍ଧଚନ୍ଦ୍ରର ଟୀକା ବ୍ୟବହାର କରୁଥିଲେ, ସେ ତାଙ୍କ ପଇତା ରାଜା ପ୍ରତୀପଂକ ତୃତୀୟ ପୁତ୍ର ଥିଲେ । ଶାନ୍ତନୁଙ୍କ ପ୍ରଥମ ଅଗ୍ରଜ ଦେବାପି କୁଷ୍ଠ ରୋଗାକ୍ରାଂତ ହୋଇ ରାଜ୍ୟ ଉତ୍ତରାଧିକାର ତ୍ୟାଗ କରି ସନ୍ୟାସୀ ହୋଇଥିଲେ । ମଧ୍ୟମ ଅଗ୍ରଜ ବହ୍ଲୀକ ପିତୃ ଦେଶ ତ୍ୟାଗ କରି ମାତୁଳ ଦେଶ ବଲ୍ଖର ରାଜା ହୋଇଥିଲେ । ତେଣୁ ଶାନ୍ତନୁ ହସ୍ତିନାପୁର ରାଜତ୍ୱ ପ୍ରାପ୍ତ ହୋଇଥିଲେ । ଶାନ୍ତନୁ ତାଙ୍କ ପୂର୍ବ ଜନ୍ମରେ ଇକ୍ଷାକୁ ବଂଶର ଜଣେ ପ୍ରତାପଶାଳୀ ରାଜା ଥିଲେ ଓ ତାଙ୍କା ନାମା ଥିଲା ମହାଭିଷ । ସେ ତାଙ୍କ ପୁଣ୍ୟ ଓ ଯଜ୍ଞ ବଳରେ ସ୍ୱର୍ଗ ପ୍ରାପ୍ତି ହୋଇଥିଲେ । ଥରେ ବ୍ରହ୍ମାଙ୍କ ଏକ ଦେବ ସଭାରେ ଅନେକ ଦେବଗଣ ଏକତ୍ରିତ ହୋଇଥିଲେ ଯେଉଁଥିରେ ଦେବୀ ଗଙ୍ଗା ତଥା ମହାଭିଷ ମଧ୍ୟ ଥିଲେ । ହଠାତ୍ ପବନରେ ଦେବୀ ଗଙ୍ଗାଙ୍କ ବସ୍ତ୍ର ଉଡିଯାଇଥିଲା । ଏଥିରେ ସେଠାରେ ଉପସ୍ଥିତ ସମସ୍ତ ଦେବ ଗଣ ମୁହଁ ତଳକୁ କରିଦେଇଥିଲାବେଳେ ମହାଭିଷ ଗଙ୍ଗାଂକୁ ଚାହିଁରହିଥିଲେ । ତାଙ୍କର ଏ ମାନବୀୟ ଆଚରଣରେ ବ୍ରହ୍ମା କ୍ଷୁବ୍ଧ ହୋଇଏ ତାଙ୍କୁ ଓ ଦେବୀ ଗଙ୍ଗାଂକୁ ମର୍ତ୍ତ୍ୟରେ ଜନ୍ମ ନେବାକୁ ଅଭିଶାପ ଦେଇଥିଲେ ।ଯେତେବେଳେ ଗଙ୍ଗା ସେ ଦେବସଭାରୁ ଫେରୁଥିଲେ, ସେତେବେଳେ ଅଷ୍ଟ ବସୁ ତାଙ୍କୁ ପ୍ରାର୍ଥନା କରିଥିଲେ କି ଗଙ୍ଗା ମାନବ ଜନ୍ମରେ ସେମାନଂକୁ ତାଙ୍କ ପୁତ୍ର ଭାବେ ସେ ଜନ୍ମ ଦେବେ । ଗଙ୍ଗା ଏଥିରେ ରାଜି ହୋଇଥିଲେ । ମର୍ତ୍ତ୍ୟରେ ଶାନ୍ତନୁ ଓ ଗଙ୍ଗା ପୂର୍ବୋକ୍ତ ବ୍ରହ୍ମା ଅଭିଶାପ ଅନୁଯାୟୀ ଶାନ୍ତନୁ ମର୍ତ୍ତ୍ୟରେ କୁରୁ ରାଜା ପ୍ରତୀପଙ୍କ ପୁତ୍ର ଭାବେ ଜନ୍ମ ନେଇ ହସ୍ତିନାପୁର ରାଜା ହୋଇଥିଲେ ।“ଭୀଷ୍ମ ପ୍ରତିଜ୍ଞା” ବୋଲି ଲୋକେ କଥା କଥାରେ ଉଦାହରଣ ଦେଇଥାନ୍ତି। ଆଜି କାଲିର ଯୁବାବର୍ଗଙ୍କ ମଧ୍ୟରୁ ଅଧିକାଂଶ ସେ ବିଷୟର ବିସ୍ତୃତ ତଥ୍ୟ ଜାଣି ନ ଥିବେ କାରଣ ଅନେକ ଗୁଡିକ କଥା ଲୋକଲୋଚନକୁ ଆସିନଥାଏ । ଗଙ୍ଗା ଶାନ୍ତନୁଙ୍କୁ ମହାଦେବ ଭାବି ତାଙ୍କୁ ବିବାହ କରିବାକୁ ରାଜି ହୋଇ ଯାଇଥିଲେ. କିନ୍ତୁ ବିବାହ ସମୟରେ ଋଷି ଦୁର୍ବାସା ମନ୍ତ୍ରୋଚ୍ଚାରଣ ମଧ୍ୟରେ କୁଳ ଗୋତ୍ର ଆଦି ପଚାରିବାରୁ, ଶାନ୍ତନୁ କହିଲେ ଯେ, ତାଙ୍କର ସୋମ ଗୋତ୍ର, ପିତା ପୃଥୁ, ପ୍ରପିତା କୁରୁ ଓ ବୃଦ୍ଧ ପ୍ରପିତା ସମ୍ବରଣ। ଏହା ଶୁଣି ଗଙ୍ଗା ବିବାହ କରିବାକୁ ରାଜି ହେଲେ ନାହିଁ. ସେ କହିଲେ, "ସଦାଶିବଙ୍କର କୁଳ ଗୋତ୍ର ନାହିଁ,ଇଏ ପିନାକୀ ନୁହନ୍ତି ।ତେଣୁ ମୁଁ ବିବାହ କରିବି ନାହିଁ. କିନ୍ତୁ ବିବାହ ସଂକଳ୍ପ ସରିଥିଲା. ଗଙ୍ଗାଙ୍କର ପିତା ହିମନରେଶ ବହୁ ଅନୁନୟ ବିନୟ କଲାରୁ ସେ ବିବାହ ପାଇଁ ରାଜି ହେଲେ ସତ, କିନ୍ତୁ ଗୋଟିଏ ସର୍ତ୍ତରେ, "ଗଙ୍ଗା ବୋଇଲେ ଥିବି, ଗାଙ୍ଗୀ ବୋଇଲେ ଯିବି." ଅର୍ଥାତ୍, ଶାନ୍ତନୁ ତାଙ୍କୁ କୌଣସି ଭୁଲରେ ଆକଟ କରିବେ ନାହିଁ, କିମ୍ବା ତାଙ୍କର ଆଜ୍ଞାକୁ ଅବଜ୍ଞା କରିବେ ନାହିଁ। ସେ ଶାନ୍ତନୁଙ୍କୁ କହିଲେ,"ଭର୍ତ୍ସନା ନ କରିବୁ, ନ ଦେବୁ ମୋତେ ଗାଳି, ଅନୁକ୍ଷଣେ ଖଟିଥିବୁ ମୋତେ ପ୍ରତିପାଳି. "ଅଗତ୍ୟା ଶାନ୍ତନୁ ଏହି ସର୍ତ୍ତରେ ରାଜି ହେଲେ ଏବଂ ବିବାହ ସମ୍ପନ୍ନ ହେଲା. ହେଲେ ଶାନ୍ତନୁ ରାଜାଙ୍କ ସଙ୍ଗେ ନିତ୍ୟ କରେ କଳି. ବାଆସ୍ତରି ଉପବାସ ରାଜାଙ୍କର ଥିଲା, କଟାଳ କରି ସେ ବ୍ରତ ସବୁ ଛଡାଇଲା”। ବାସ୍ତବରେ ଶାନ୍ତନୁ ଥିଲେ ରାଜର୍ଷି, ରାଜକାର୍ଯ୍ୟ ସହ ସେ ଋଷିମାନଙ୍କର ସବୁ ଅନୁଷ୍ଠାନ ବିଧି ଅନୁସାରେ କରୁଥିଲେ। ନିର୍ଜଳା ଏକାଦଶୀ ଉପବାସ ଦିନ ଗଙ୍ଗା ତାଙ୍କୁ ବାଧ୍ୟ କରି ଖୁଆଇଲେ. ଶାନ୍ତନୁ କେତେବେଳେ ଶ୍ରଦ୍ଧାରେ ତାଙ୍କ ପାଖକୁ ଆସିଲେ, ତାଙ୍କୁ ପେଲିଦେଇ ଦୂରକୁ ପଳାନ୍ତି। ତାଙ୍କର ଶ୍ରୁଵ, ଶ୍ରୁଚ, ଦଣ୍ଡ, କମଣ୍ଡଳୁ ସବୁ ନେଇ ନିଆଁରେ ପକାଇ ଦିଅନ୍ତି. "ଅବିରତେ ପେଟ ମାଡି ରହିଥାନ୍ତି କାନ୍ଦି, ତିନିଦିନେ ଅନ୍ନ ବେଳେ ନ ଦିଅନ୍ତି ରାନ୍ଧି ଗାଢ଼େଣ ଧରନ୍ତି ଯେତେବେଳେ ତପୋବନ୍ତ, କେଶ ଧରି ମୁନିଙ୍କୁ ସେ ମାରନ୍ତି ବହୁତ, ଋଷିଙ୍କ ବସନ ଚିରି ବାମ୍ଫିରେ ପକାନ୍ତି । ବୋଲନ୍ତି ତୁ ବୁଢ଼ା ପୁଣି ଅଟୁରେ କୁଢଙ୍ଗା, ଏମିତି ଅନେକ ଶାସ୍ତି ଦିଅନ୍ତି ଗଙ୍ଗା.” କିଛିଦିନ ପରେ ଗଙ୍ଗା ଗର୍ଭବତୀ ହେଲେ. ସମୟ ପୂର୍ଣ୍ଣ ହେବାରୁ ପୁତ୍ରଟିଏ ଜନ୍ମ ହେଲା. ଶାନ୍ତନୁ ପୁତ୍ର ଜନ୍ମ ହେବାର ଆନନ୍ଦରେ ଆତ୍ମହରା ହୋଇ ପ୍ରସୂତି ଗୃହରେ ପ୍ରବେଶ କଲେ । କିନ୍ତୁ ସେ ପୁତ୍ର ନିକଟରେ ପହଞ୍ଚିବା ପୂର୍ବରୁ ତାଙ୍କରି ସମ୍ମୁଖରେ ଗଙ୍ଗା କଟାରୀଟିଏ ନେଇ ଶିଶୁଟିକୁ ହାଣି ଦି ଗଡ଼ କରିଦେଲେ. ଶାନ୍ତନୁଙ୍କର ଇଛା ହେଉଥିଲା ତତ୍କ୍ଷଣାତ୍ ଗଙ୍ଗାଙ୍କୁ ଏହି କ୍ରୁର କର୍ମର ଦଣ୍ଡ ଦେବାକୁ. କିନ୍ତୁ ସେ ନିଜକୁ ସମ୍ଭାଳି ନେଲେ। ଭାବିଲେ, ଦଶମାସ ଗର୍ଭରେ ଧାରଣ କରି ଯଦି ସେ ତା ପୁତ୍ରକୁ ନିଜ ହସ୍ତରେ ନିଧନ( ହତ୍ୟା) କରି ପାରିଲା, ଯଦି ତା ମନରେ ଏଥିପାଇଁ ଟିକିଏ ବି ଅନୁତାପ ନାହିଁ, ତେବେ ମୁଁ ସହି ନ ଯିବି କାହିଁକି ?ଏମିତି ଥରେ ନୁହେଁ, ଦ୍ଵିତୀୟ ,ତୃତୀୟ ପୁତ୍ରମାନଙ୍କୁ ମଧ୍ୟ ଗଙ୍ଗା ଜନ୍ମ ପରେ ପରେ ହିଁ ହତ୍ୟା କରୁଥାନ୍ତି. ଶାନ୍ତନୁ କିନ୍ତୁ ଏହା ମଧ୍ୟରେ ଗଙ୍ଗାଙ୍କୁ ଭଲ ପାଇଁ ବସିଥାନ୍ତି. ତାଙ୍କର ଏତେ ଜଘନ୍ୟ ଅପରାଧ ସବୁକୁ ସେ ଏଇଆ ଭାବି ସହ୍ୟ କରୁଥାନ୍ତି ଯେ, "ଆମ୍ଭେ କୋପ କଲେ ଘରୁ ବାହାରି ସେ ଯିବ, ଘର ଖଣ୍ଡେ କରିଅଛୁଁ ସଙ୍ଗେ ସଙ୍ଗେ ତାହା ଭାଙ୍ଗିବ. ପଚାରନ୍ତି ପ୍ରେମରସ ବେଳେ ତପୋଧନ,କେଉଁ କାରଣରୁ ପୁତ୍ରଙ୍କୁ ହତ୍ୟା କରୁଛ ? " ଗଙ୍ଗା କହିଲେ ମୋର ସେ ଦୁଷ୍ଟ ପ୍ରକୃତି, ସଦଭାବ ନାହିଁ ମୋର ପତି ପୁତ୍ର ପ୍ରତି.” ସେ ମଧ୍ୟ ନିଜ ଜିଦ୍ ରେ ଅଟଳ ଥିଲେ ଯେ ସେ ଶାନ୍ତନୁଙ୍କୁ ସତ୍ୟଭ୍ରଷ୍ଟ କରାଇ ବିଦାୟ ନେବେ.ସାତଟି ପୁତ୍ରଙ୍କୁ ଜନ୍ମ ପରେ ମୃତ୍ୟୁ ଦେଇ ସାରିଲା ପରେ ଅଷ୍ଟମ ପୁତ୍ର ଜନ୍ମ ହେବା କ୍ଷଣି ଶାନ୍ତନୁ ଆସି ଉପସ୍ଥିତ ହେଲେ " ଶାନ୍ତନୁ କହିଲେ, ଦେଖି ଲାଭ କଣ ? ଯିଏ ଆମ୍ଭ ଭାଗ୍ୟରେ ନାହିଁ, ତାକୁ ଦେଖି କି ଆନନ୍ଦ ପ୍ରାପ୍ତି ହେବ ? ଗଙ୍ଗା କହିଲେ, "ପୁତ୍ର ମୁଖ ଦେଖିଲେ ସ୍ୱର୍ଗପ୍ରାପ୍ତି ହୁଏ. ଜନ୍ମ ଜନ୍ମର ଅପୁତ୍ରିକ ଦୋଷ କଟିଯାଏ । ଆସ ଆସ ଦେଖ ତୁମ ପୁତ୍ର ସୁଲକ୍ଷଣ." ଶାନ୍ତନୁ ପୁତ୍ର ନିକଟକୁ ଗଲେ. ସୁନ୍ଦର, ସୁକୁମାର, ସୁଢଳ ଲକ୍ଷଣବନ୍ତ ପୁତ୍ରଟିକୁ ଦେଖୁଁ ଦେଖୁଁ ତାଙ୍କର ମାୟା ଜାତ ହେଲା। ପିଲାଟିକୁ ଧରିବାକୁ ହାତ ବଢ଼ାଇବା କ୍ଷଣି ଗଙ୍ଗା ଉଠାଇଲେ କଟାରୀ.ଶାନ୍ତନୁଙ୍କର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। କଟାରୀ ସମେତ ଗଙ୍ଗାଙ୍କର ହାତକୁ ଧରି ଶାନ୍ତନୁ ପୁତ୍ରକୁ ଅନ୍ୟ ହସ୍ତରେ ଉଠାଇ ନେଲେ. କହିଲେ,"ସପ୍ତମ ପୁତ୍ର ମାରି ତୋର ନ ପୂରେ ଅଭୀଷ୍ଟ, ଆଲୋ ଆଲୋ ଗାଙ୍ଗୀ ତୁହି ଏଡ଼େ ମନ୍ଦ ଦୁଷ୍ଟ, ସଂସାରେ ଅଛନ୍ତି ଯେତେ ଦୋଷୀ ଅପବିତ୍ର, ସବୁରି ପାତକ ପଡୁ ତୋ ମୁଣ୍ଡରେ ନିତ୍ୟ." ଶାନ୍ତନୁଙ୍କର ସେହି ଅଭିଶାପ ବ୍ୟର୍ଥ ହୋଇ ନ ଥିଲା. ଗଙ୍ଗାସ୍ନାନ କରି, ଗଙ୍ଗାରେ ଅସ୍ଥି ବିସର୍ଜନ କରି ଲୋକେ ସେମାନଙ୍କର ପାପ ଗଙ୍ଗାଙ୍କୁ ଦେଇ ନିଷ୍ପାପ ହୋଇ ଲେଉଟନ୍ତି। ଏଥର ଶାନ୍ତନୁଙ୍କର ଆଉ ନିଜ ଉପରେ ନିୟନ୍ତ୍ରଣ ନ ଥିଲା. ଗଙ୍ଗାଙ୍କୁ ଚାପୁଡ଼ାଏ ମାରି ଠେଲିଦେଲେ. ଗଙ୍ଗା ତାହାହିଁ ଖୋଜୁଥିଲେ ।
ଏହି ସନ୍ତାନ ମାନେ ଥିଲେ ଅଷ୍ଟବସୁ। ସେମାନେ ସବୁ ତାଙ୍କ ପୂର୍ବଜନ୍ମ କର୍ମ ଯୋଗୁଁ ଅଭିଶାପ ପାଇଥିଲେ ମର୍ତ୍ତ୍ୟରେ ଜନ୍ମ ହେବେ ବୋଲି ସପ୍ତମବସୁ ତାଙ୍କର ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କଲେ ଯାହା ଫଳରେ ଜନ୍ମହେବା କିଛି ସମୟରେ ପରେ ତାଙ୍କର ମୃତ୍ୟୁ ହେବ ବୋଲି କହିଥିଲେ ଋଷି କିନ୍ତୁ ଅଷ୍ଟମବସୁ ଥିଲେ ଭୀଷ୍ମ ସେ ତାଙ୍କର ଭୁଲ ପାଇଁ ସମ୍ପୂର୍ଣ୍ଣ ଜୀବନ ମର୍ତ୍ତ୍ୟରେ ରହି ପ୍ରାୟଶ୍ଚିତ କରିବେ ବୋଲି ନିଷ୍ପତ୍ତି ନେଲେ । ଯେତେବେଳେ ଗଙ୍ଗା ତାଙ୍କର ଅଷ୍ଟମ ପୁତ୍ରକୁ ନଦୀରେ ବିସର୍ଜନ କରିବାକୁ ଉଦ୍ୟତ ହୁଅନ୍ତି, ସେତେବେଳ ଶାନ୍ତନୁ ତାଙ୍କୁ ଅଟକାଇଥିଲେ । ସେତେବେଳେ ଗଙ୍ଗା ସେ ଶିଶୁ ପୁତ୍ରକୁ ଛାଡି ଚାଲିଗଲେ , ମାତ୍ର ସର୍ତ୍ତ ଭଂଗ ହୋଇଥିବାରୁ ଶାନ୍ତନୁଙ୍କୁ ଛାଡି ଚାଲିଯାଇଥିଲେ ଓ ମାନବୀ ରୂପ ପରିତ୍ୟାଗ କରିଥିଲେ ।
ଏହି ଅଷ୍ଟମ ଶିଶୁ ବଡ ହୋଇ ଦେବବ୍ରତ ପିତାମହ ଭୀଷ୍ମ ହୋଇଥିଲେ ।
କ୍ରମଶଃ..........
2018-01-10
ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ -୧
Subscribe to:
Post Comments (Atom)
Bhoganandiswara Temple
1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...
-
କେବେ ଯଦି ଆମ ଗାଆଁଆଡେ ଆସିବାର ପ୍ରୋଗ୍ରାମ ହୁଏ, ତେବେ ଟିକିଏ ସମୟ ବାହାରକରି, ଦୁଇ ମିନିଟ୍ ପାଇଁ ଆମ ଗାଁ ଘରଆଡେ ଆସିବ, ମୁହଁମା...
-
Puruchottam Dev (1468-1497 AD) is known as the second greatest emperor of the Gajapati dynasty of Odi...
-
ଉତ୍କଳରେ ଦେବୀ ଦୂର୍ଗାଙ୍କ ମୃଣ୍ମୟୀ ପ୍ରତିମା ଭାରତୀୟ ସଂସ୍କୃତିରେ ଦୁର୍ଗାପୂଜାର ଇତିହାସ ଅତି ପ୍ରାଚୀନ । ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ରାଜ...
No comments:
Post a Comment