About Me

Kendrapara, Odisha, India

2024-06-08

ଆଈ

ପ୍ରଭାତର ନୂତନ ଆଲୋକରେ ଜାଜୁଲ୍ୟମାନ ପ୍ରକୃତିର ସମ୍ଭାର କରୁଥିବାବେଳେ , ପୂଜ୍ୟ ଆଈଙ୍କର ମହାପରାୟଣର ଦୁଃଖଦ ସମ୍ବାଦ , ତାତ୍ତ୍ୱିକ କରିଦେଇଥୁଲା ଜୀବନମୂହୁର୍ଭର କିଛି ଅବକାଶକୁ । ଜନ୍ମ ମୃତ୍ୟୁର ଛକାପଞ୍ଝା ଖେଳ ଚେତାଇ ଦିଏ ପଥଭ୍ରଷ୍ଟ ମଣିଷକୁ ଜୀବନର ମର୍ମ ।  ସବୁ ପିଲାଙ୍କ ପରି ମୋର ବି ମାମୁଁଘର ସ୍ମୃତି ବେସ୍ ମଧୁର । ଗ୍ରୀଷ୍ମ ଅବକାଶରେ ସ୍କୁଲ୍ ବନ୍ଦ ହେଲାପରେ ବୋଉ ସହ ମାମୁଁଘରକୁ ଅତିକମରେ ସପ୍ତାହେ ଦୁଇ ସପ୍ତାହ ପାଇଁ ଯିବା ପ୍ରାୟତଃ ସ୍ଥିର । ଆଈ ସ୍ନେହପୂର୍ଣ୍ଣ ସାନ୍ନିଧ୍ର , ବଡ଼ ଅଜା ବାଡ଼ିକୁ ଯାଇ ଖଜୁରୀ , ଖୁରିକୋଳି , ଜାମୁକୋଳି ଖାଇବା , ମାଇଁଙ୍କର ରୋଷେଇଘରେ ନାନାଦି ସ୍ଵାଦିଷ୍ଟ ବ୍ୟଞ୍ଜନ ଏବଂ ସନ୍ଧ୍ୟାଆଳତିରେ ଗାଁ ଠାକୁରାଣୀ ମନ୍ଦିରରେ ଘଣ୍ଟାଏକାଳ ବଡ଼ ଅଜା ସହ ପୁରାଣ ପଢିବା ଆଜିବି ମନମାନସରେ ବେଶ୍ ପରିପୃଷ୍ଟ । ରଜ , ଅଷ୍ଟମୀରେ ଆଈଙ୍କର ଆଗମନକୁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା ଥାଏ ମୁଁ , ଆଈ ଆସିଲେ ପ୍ରଥମେ ତାଙ୍କ ହାତରେ ଥିବା ଝୁଲା ଉପରେ ନଜର । ସୁଦୀର୍ଘ ଦୁର୍ବଳ ଶରୀର , ବୟସ ଭାରାକ୍ରାନ୍ତ ହୋଇ ମେରୁଦଣ୍ଡ ସମ୍ୟକ ନଇଁ ଯାଇଥାଏ ,  ଆଈଙ୍କର ସିଦ୍ଧାନ୍ତ କେବଳ ସେ ଝୁଲାକୁ ମୋ ମା କିମ୍ବା ମୋ ବଡ଼ ଦିଦିଙ୍କ ହାତକୁ ଦେବେ , ନା ଘରର ଆଉ କାହାରିକୁ ଦେବେ ନାହିଁ । ପ୍ରାୟତଃ କିଛି ଘଣ୍ଟା ପରେ ଅଥବା ଅତି ବେଶୀରେ ଗୋଟିଏ ରାତି ହିଁ ତାଙ୍କର ରହଣି ଆମଘରେ । ରାତିରେ ଶୋଇବା ପୁର୍ବରୁ ଆଈ ଜଣ ଜଣ କରି ପର୍ଯ୍ୟାୟକ୍ରମେ ସମସ୍ତଙ୍କ ସହ ମନଖୋଲା ଆଳାପ କରିବେ,ଆରମ୍ଭ ହେଇଯାଏ ଆଈ ପାଖରେ ଶୋଇବ କିଏ...?? ଆଈ ଆଉ ମୋ ମା(ବୋଉ) ମଝିରେ କେବଳ ମୋର ହିଁ ଅଧିକାର ବୋଲି ଆଈ ଶୁଣାଇ ଦିଏ କୋର୍ଟର ମୁଖ୍ୟ ବିଚାରପତି ପରି । ପରଦିନ ସକାଳେ ଗହୀର( ଗୋଟେ ଗାଁ ରୁ ଅନ୍ୟ ଗାଁ ଭିତରେ ଜମି କୁ) ଦେଇ ଯିବେ ବୋଲି ଆଈ ପ୍ରସ୍ତୁତ ଥାଏ । ଆମେ ସବୁ ସାନ ବଡ଼ ନାତି ନାତୁଣୀ , ତାଙ୍କ ସହ ଥଟ୍ଟା ମଜା ହୋଇ ଗାଁ ଶେଷ ମୁଣ୍ଡ  ପର୍ଯ୍ୟନ୍ତ ଯାଉ । ଆଈ ଆମଠୁ ବିଦାୟ ନିଅନ୍ତି , ପରିସମାପ୍ତି ଘଟେ ବିଗତ ଦିବସରେ ଆରମ୍ଭ ହୋଇଥିବା ଏକ ସୁଖଦ ଅନୁଭୂତିର । ଏ ଥିଲେ ମୋ ଆଈ , ସେ ବି ଆଜି ଚାରି ବର୍ଷ ହେଲା ଆରପାରିରେ । ଅଜାଙ୍କର ଆଉ ଦୁଇଜଣ  ଭାଇ , ସେ ବି ଆଜି କିଛି ବର୍ଷ ହେଲା ସୁଦୂର ଆରପାରିରେ  ଶେଷ ନିଃଶ୍ବାସ ତ୍ୟାଗ କରି ଆମକୁ ଶୋକସନ୍ତପ୍ତ କରିଯାଇଛନ୍ତି । ନିଃସନ୍ଦେହ ତାଙ୍କର ଅମରାତ୍ମାର ସଦଗତି ହୋଇଛି ଏବଂ ଧରାଧାମରେ ତାଙ୍କର ଜୀବନ ନାଟିକାରେ ଅଭିନୟ ପାଇଁ ଜନମାନସରେ ଆଦୃ ତ ତଥା ପରମାତ୍ମାଙ୍କ ଦରବାରରେ ପୁରସ୍କୃତ ପ୍ରାୟ । 
 କଳାକାରମାନଙ୍କର ଦୈବିନିର୍ଦ୍ଦିଷ୍ଟ ଅବଧୂ ପର୍ଯ୍ୟାୟକ୍ରମେ ସମାପ୍ତ ହେଲେହେଁ ଜୀବନର ରଙ୍ଗମଞ୍ଚ ସଦେବ ଚଳଚଞ୍ଚଳ । ଜୀବନର ଅନିର୍ଦ୍ଦିଷ୍ଟ ସିମିତ ଅବଧୂରେ ମାୟାମୋହପୂର୍ଣ୍ଣ ସଂସାରରେ କାମାସକ୍ତି ନହୋଇ , ଉର୍ଦ୍ଧ୍ବଚେତନାଭିମୁଖୀ ହୋଇ ମହାମାନବିକ ଧର୍ମାନୁସରଣକରି ମାନବୀୟ ଜନ୍ମପରି ସୃଷ୍ଟିକର୍ତ୍ତାଙ୍କ ଅମୂଲ୍ୟ ଦାନର ଦକ୍ଷିଣା ପରିତୋଷ କରିବା ଏକାନ୍ତି କାମ୍ୟ । 

ଆଈ ଏପରି ଏକ ଶବ୍ଦ ମୋ ପାଇଁ ଥିଲା ତାଙ୍କ ପ୍ରତି ଭଲ ପାଇବା ବେଶି ସବୁ ନାତି ନାତୁଣୀ ମାନଙ୍କ ଠୁ । କିନ୍ତୁ ଦୁଃଖର ସହିତ କହିବାକୁ ପଡୁଛି ଆଈ ଆଜି ଆମ ଗହଣରେ ନାହାନ୍ତି ଚାରି ବର୍ଷ ହେବ ସେ ଆମକୁ ଛାଡି ଆରପାରିରେ ।

Bhoganandiswara Temple

  1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...