About Me

Kendrapara, Odisha, India

2022-11-28

ବିଦ୍ୟାଳୟରେ ପ୍ରଥମ ଦିନ

                        (ନିଗମ ସରକାରୀ ଉଚ୍ଚ ବିଦ୍ୟାଳୟ ମୁଖ୍ୟ ଗେଟ୍)

୨୦୧୦ ମସିହା  ଜୁନ ୧୯ ତାରିଖ କଥା । ସେଦିନ ହାଇସ୍କୁଲ୍ ରେ ମୋର ପ୍ରଥମ ଦିନ ଥିଲା । ନୂଆ ନୂଆ ସାଙ୍ଗମାନଙ୍କ ଗହଣରେ ଟିକେ ଅସହଜ ଲାଗିବା ସହିତ ଅନେକ ଉତ୍ସାହ ଉଦ୍ଦୀପନା ମନରେ ଭରି ରହିଥିଲା । ଜଣ ଜଣ କରି ଆମେ ନିଜ ନିଜ ବିଷୟରେ କଥା ହୋଇ ଚିହ୍ନା ପରିଚିତ ହେଉଥିଲୁ । ପ୍ରଥମ କରି ଶ୍ରେଣି ଗୃହକୁ ଶିକ୍ଷୟତ୍ରୀ ପ୍ରବେଶ କରିଥିଲେ । ସେତେବେଳେ ଆମେ ଶିକ୍ଷୟତ୍ରୀ ଙ୍କୁ ଚିହ୍ନି ନଥିଲୁ । ଶିକ୍ଷୟତ୍ରୀ  ଶ୍ରେଣି ଗୃହରେ ପ୍ରବେଶ କରି ସ୍ବାଗତ ଅଭିବାଦନ କଲେ ଓ ସମସ୍ତଙ୍କୁ ନିଜ ନିଜ ବିଷୟରେ ଜଣ ଜଣ କରି କହିବା ପାଇଁ କହିଲେ । ସମସ୍ତେ ନିଜ ନିଜ ବିଷୟରେ କହି ସାରିବା ପରେ ଶିକ୍ଷୟତ୍ରୀ "ତୁମ ଜୀବନର ଲକ୍ଷ୍ୟ କଣ' ପଚାରୁଥିଲେ । ସମସ୍ତେ ଜଣ ଜଣ କରି ନିଜ ନିଜର ତଥ୍ୟ ପ୍ରଦାନ କରିବା ପରେ କିଏ କହୁଥିଲା ମୋର ଲକ୍ଷ୍ୟ ଡାକ୍ତର ହେବି ତ କିଏ କହୁଥିଲା ଇଞ୍ଜିନିୟର ଓ କିଏ କହୁଥିଲା ଶିକ୍ଷକତା କରିବି ତ କିଏ କହୁଥିଲା ପୋଲିସ୍ ହୋଇ ସମାଜର ସେବା କରିବି ।   କିଛି ସମୟ ପରେ ମୋ ସମୟ ପଡିଲା, ମୁଁ ନିଜ ବିଷୟରେ ବାପାଙ୍କ ବିଷୟରେ  ଓ ଘର ପରିବାର ବିଷୟରେ ସମସ୍ତ ତଥ୍ୟ ଦେଲି । ସେତେବେଳେ ବି  ଶିକ୍ଷୟତ୍ରୀ ପଚାରିଥିଲେ ତୁମ ଜୀବନର ଲକ୍ଷ୍ୟ କଣ ??? ସେଦିନ ମୁଁ ନୀରବ ଥିଲି, କିଛି ବି କହିନଥିଲି ।  ଶିକ୍ଷୟତ୍ରୀ ମୋତେ କହିଥିଲେ ହାଇସ୍କୁଲ୍ ରେ ପହଞ୍ଚିଲଣି, ଜୀବନର ଲକ୍ଷ୍ୟ କଣ ଜାଣିନାହଁ ? ତଥାପି ମୁଁ ଚୁପ୍ ଥିଲି । ଶିକ୍ଷୟତ୍ରୀ ମୋତେ ବୁଝାଇଥିଲେ ଲକ୍ଷ୍ୟ ପଥ ସ୍ଥିର ନକଲେ ତୁମେ କେଉଁଠି ବି ପହଞ୍ଚି ପାରିବ ନାହିଁ, ଜୀବନ ଯାତ୍ରାରେ ତୁମେ ଛନ୍ଦି ହୋଈ ହାରିଯିବ । ଏହା ପରେ ମୋତେ ବସିବାକୁ କହିଥିଲେ, ମୁଁ ବସିଗଲି ଓ ମନେ ମନେ ବିଚାର କଲି ଏପରି ଲକ୍ଷ୍ୟ ସ୍ଥଳକୁ ମୁଁ କାହିଁକି ବାଛିଲି ଯେଉଁଠି ମୁଁ କେବେ ପହଞ୍ଚି ପାରିବି ନାହିଁ ।   ସନ୍ଧ୍ୟାରେ ବାପା ହାଇସ୍କୁଲ୍ ରେ ପ୍ରଥମ ଦିନ କିପରି କଟିଲା ପଚାରିଲେ ଓ ମୁଁ ସମସ୍ତ କଥା କହିଥିଲି । ବାପା କହିଲେ ତୁମେ ତୁମ ଜୀବନର ଲକ୍ଷ୍ୟ କଣ କହିଲ ନାହିଁ କାହିଁକି ? ମୁଁ କହିଥିଲି ବାପା ମୋ ଜୀବନର ଲକ୍ଷ୍ୟ ବହୁତ କଠିନ, କାରଣ ମୁଁ ଜଣେ ମୁଁ ବାଛିଥିବା ଲକ୍ଷ୍ୟ ସ୍ଥଳରେ ଏତେ କଠିନ ଯେ ମୁଁ ସେଠାରେ କେବେ ପହଞ୍ଚି ପାରିବି ନାହିଁ । ବାପା ପଚାରିଥିଲେ ତୁମ ଜୀବନର ଲକ୍ଷ୍ୟ କଣ ? ସେଦିନ ବି ନିରବ ଥିଲି ,  ମୁଁ ଜାଣିନାହିଁ ସେଦିନ ମୋ ଜୀବନର ଲକ୍ଷ ଠିକ୍ ଥିଲା କି ଭୁଲ୍ ? କିନ୍ତୁ ବାପା ମୋତେ ବାହାରକୁ ବୁଲାଇ ନେଲେ ଓ କହିଥିଲେ ତୁମେ ଯଦି  ଜୀବନର ଲକ୍ଷ୍ୟପଥ ସ୍ଥିର ନକରିବ ତାହେଲେ ପ୍ରେତ୍ୟକ କ୍ଷେତ୍ରରେ ତୁମକୁ ପରାଜୟ ଗ୍ରହଣ କରିବ । ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଓ ମୋ ଶରୀରରେ ରକ୍ତ ବିନ୍ଦୁଟିଏ ପ୍ରବାହିତ ହେଉଥିବା ପର୍ଯ୍ୟନ୍ତ ମୁଁ ତୁମ ସହ ଅଛି । ସେଦିନ ବାପାଙ୍କ କଥା ଶୁଣି ବହୁତ ଖୁସିରେ ଆଖିରୁ ଧାର ଧାର ଲୁହ ଝରିଥିଲା ଓ ଆଜି ସେ କଥା ଭାବି ଲୁହ ଝରାଉଛି । ସେଦିନ ପର ଠାରୁ ବାପା ତ କେବେ ହାରି ନଥିଲେ, ଜୀବନ ଯୁଦ୍ଧରେ ହାରି ଯାଇଥିଲି ମୁଁ । ମନେ ପଡି ଯାଉଛି ବାପାଙ୍କ ସେହି ପଦିଏ କଥା, "ମୋ ଶରୀରରେ ରକ୍ତ ବିନ୍ଦୁଟିଏ ଥିବା ପର୍ଯ୍ୟନ୍ତ ମୁଁ ତୁମ ସହିତ ଅଛି ' । ବୋଧେ ସେହି କଥା ପଦଟିର ମୂଲ୍ୟ ବୁଝିବାକୁ ସେଦିନ ମୁଁ ଯୋଗ୍ୟ ନଥିଲି । ମୋ ଜୀବନର ଲକ୍ଷ ଓ ମୋ ବାପାଙ୍କ କଥା ପଦଟି କାଳ କାଳ ପାଇଁ ଜୀବନରେ ମୋର ଅଭୁଲା ସ୍ମୃତି ହୋଇ ରହିଗଲା ।   ବାପା, ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ ଓ ଭଲପାଏ ବି ବହୁତ । ଆପଣ ମୋର ଆଦର୍ଶ, ଆପଣ ମୋର ଗୁରୁ ଓ ଆପଣ ମୋ ଭଗବାନ ।।


No comments:

Post a Comment

Bhoganandiswara Temple

  1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...