ଶାସ୍ତ୍ର ବିଧି ଅନୁସରଣ ନ କରି, ଶ୍ରଦ୍ଧାରେ ଯେଉଁମାନେ ଯଜ୍ଞାଦି ଅନୁଷ୍ଠାନ କରନ୍ତି, ସେମାନଙ୍କ ବିଷୟରେ ଅର୍ଜୁନ ଜାଣିବାକୁ ଚାହିଁବାରୁ ପ୍ରଭୁ ପରଂବ୍ରହ୍ମ ନାରାୟଣ ବୁଝାଇଲେ, ଯେଉଁମାନଙ୍କର ସତ୍ତ୍ଵ ସ୍ୱଭାବ ଯେପରି ଥାଏ, ସେମାନଙ୍କର ଶ୍ରଦ୍ଧା ମଧ୍ୟ ସେହିପରି ସାତ୍ତ୍ୱିକୀ, ରାଜସୀ କିମ୍ବା ତାମସୀ ହୋଇଥାଏ । ସାତ୍ତ୍ୱିକୀ ଶ୍ରଦ୍ଧା ଥିବା ଲୋକେ ଦେବତାମାନଙ୍କୁ, ରାଜସୀ ଶ୍ରଦ୍ଧାଵାନ ଲୋକେ ଯକ୍ଷ ଓ ରକ୍ଷମାନଙ୍କୁ ଏବଂ ତାମସିକ ବ୍ୟକ୍ତିମାନେ ଭୂତ, ପ୍ରେତ ଆଦିଙ୍କୁ ପୂଜା କରିଥାନ୍ତି । ଶରୀରକୁ କଷ୍ଟ ଦେଇ ଯେଉଁମାନେ କୄଛ୍ର ଅଶାସ୍ତ୍ରୀୟ ସାଧନା କରି ବିଶେଷ ଲାଭ ଆଶାରେ ତପସ୍ୟା କରନ୍ତି, ସେମାନେ ଅସୁର ବ୍ରତଧାରୀ ବୋଲି କଥିତ ହୁଅନ୍ତି । ସାତ୍ତ୍ଵିକ ଲୋକଙ୍କର ଆହାର ଆୟୁଷ,ଶକ୍ତି, ପବିତ୍ରତା ସୁଖ ଓ କ୍ଷୁଧା ବର୍ଦ୍ଧନ କରେ. ରାଜସିକ ମନୁଷ୍ୟମାନେ ପିତା, ଖଟା,ଲବଣାକ୍ତ, ଅତି ଉଷ୍ଣ, କଠିନ ଓ ଶୁଷ୍କ ଆହାର ପସନ୍ଦ କରନ୍ତି । ତାମସିକ ବ୍ୟକ୍ତିମାନେ ପଚା, ଅଇଁଠା, ବାସୀ,ଅଭକ୍ଷ ଖାଦ୍ୟରେ ସନ୍ତୋଷ ଲାଭ କରନ୍ତି । ଏହି ତିନି ପ୍ରକାରର ଶ୍ରଦ୍ଧାଥିବା ଲୋକଙ୍କର ଯଜ୍ଞ ବିଧାନ ମଧ୍ୟ ବିଭିନ୍ନ. ସାତ୍ତ୍ୱିକୀମାନେ ଫଳରେ ଆଶା ନ ରଖି, ବିଧି ଅନୁସାରେ ମନ ଓ ଚିତ୍ତ ସ୍ଥିର କରି ଯଜ୍ଞ କରନ୍ତି । ରାଜସିକ ଶ୍ରଦ୍ଧା ବିଶିଷ୍ଟ ଲୋକେ ଫଳ ଆଶା କରି, ଦମ୍ଭ ଓ ଅହଂକାର ପ୍ରଦର୍ଶନ ପାଇଁ ଯଜ୍ଞ କରନ୍ତି । ତାମସିକ ବ୍ୟକ୍ତିମାନେ ବିଧିହୀନ ଯଜ୍ଞ କରନ୍ତି, ଯେଉଁଥିରେ ଅନ୍ନ ଦାନର ବ୍ୟବସ୍ଥା ନ ଥାଏ , ପୁରୋହିତକୁ ଦକ୍ଷିଣା ଦିଆଯାଏ ନାହିଁ କିମ୍ବା କର୍ତ୍ତାର ଶ୍ରଦ୍ଧା ନ ଥାଏ । ତିନି ପ୍ରକାର ତପସ୍ୟା ଅଛି, ଶାରୀରିକ ତପସ୍ୟା, ଏ ପ୍ରକାର ତପସ୍ୟାରେ ଦେବତା, ବ୍ରାହ୍ମଣ, ଗୁରୁ, ପଣ୍ଡିତବର୍ଗଙ୍କର ପୂଜା,ଶୌଚ,ସରଳତା ଓ ଅହିଂସା ଆଚରଣ କରାଯାଏ; ବାଙ୍ମୟ ତପ, ଯେଉଁଥିରେ ବ୍ୟକ୍ତି ଅନ୍ୟର ଉଦ୍ବେଗ ବୃଦ୍ଧି କଲା ପରି ବାକ୍ୟ କହେ ନାହିଁ, ସତ୍ୟ, ପ୍ରିୟ ଅଥଚ ହିତଜନକ ବାକ୍ୟ କହେ ଓ ଯଥାବିଧି ବେଦାଭ୍ୟାସ କରେ; ଓ ମାନସିକ ତପ ଯେଉଁଥିରେ ଚିତ୍ତ ଶୁଦ୍ଧି, ମନର ପ୍ରସନ୍ନତା, ଅକ୍ରୂରତା, ମୌନ ବା ବାକ୍ ସଂଯମ,କପଟଶୂନ୍ୟତା ଆଦି ଅନ୍ତର୍ଭୁକ୍ତ । ଯଜ୍ଞ ଭଳି ସାତ୍ତ୍ଵିକ, ରାଜସିକ ଓ ତାମସିକ ଲୋକେ ତିନି ପ୍ରକାରର ତପସ୍ୟା କରିଥାନ୍ତି । ପ୍ରଥମ ଶ୍ରେଣୀ ଆକାଂକ୍ଷା ରହିତ ଶ୍ରଦ୍ଧାଯୁକ୍ତ ତପ, ଦ୍ଵିତୀୟ ଶ୍ରେଣୀ ଆକାଂକ୍ଷିତ ଵସ୍ତୁଲାଭ ଆଶାରେ ଦମ୍ଭ ସହ ତପ ଓ ତାମସିକ ଲୋକେ ପରର ବିନାଶ ନିମନ୍ତେ ତପ କରିଥାନ୍ତି । ସେହିପରି ଦାନ ମଧ୍ୟ ଏହି ତିନି ଶ୍ରଦ୍ଧାଯୁକ୍ତ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ପ୍ରକାର ମାର୍ଗରେ କରନ୍ତି । ଦେଶକାଳ ପାତ୍ର ବିବେଚନାରେ ଅସମର୍ଥ ବ୍ୟକ୍ତିକୁ ଯେଉଁ ଦାନ ଦିଆଯାଏ ତାହା ସାତ୍ତ୍ଵିକ ଦାନ; ପ୍ରତ୍ୟୁପକାର ଆଶାରେ, ପରଲୋକରେ ସ୍ୱର୍ଗପ୍ରାପ୍ତି ପାଇଁ କଷ୍ଟ ସହି ଯେଉଁ ଦାନ ଦିଆଯାଏ ତାହା ରାଜସିକ ଦାନ ଏବଂ ଅପବିତ୍ର ସ୍ଥାନରେ, ଅଶୌଚ ଅବସ୍ଥାରେ, ଅନୁପଯୁକ୍ତ ପାତ୍ରରେ ଅବଜ୍ଞା ସହିତ ଯେଉଁ ଦାନ ଦିଆଯାଏ ତାହା ତାମସିକ ଦାନ ଅଟେ । ଓଁ ତତ୍ ସତ୍ ସକଳ ବେଦ ଯଜ୍ଞ ଓ ତପରେ ବ୍ୟବହୃତ ହୁଏ କାରଣ ଏ ତିନି ନାମ ପରମାତ୍ମା ବ୍ରହ୍ମଙ୍କର.
କ୍ରମଶଃ.....
2018-01-20
ପ୍ରତିଜ୍ଞାବଦ୍ଧ ଦେବବ୍ରତ ଭାଗ-୧୦
Subscribe to:
Post Comments (Atom)
Bhoganandiswara Temple
1000yr Old Bhoga Nandishwara Temple, Nandi village in Chikkaballapura The marvellous one of the oldest temples dates back in 9...
-
କେବେ ଯଦି ଆମ ଗାଆଁଆଡେ ଆସିବାର ପ୍ରୋଗ୍ରାମ ହୁଏ, ତେବେ ଟିକିଏ ସମୟ ବାହାରକରି, ଦୁଇ ମିନିଟ୍ ପାଇଁ ଆମ ଗାଁ ଘରଆଡେ ଆସିବ, ମୁହଁମା...
-
Puruchottam Dev (1468-1497 AD) is known as the second greatest emperor of the Gajapati dynasty of Odi...
-
ଉତ୍କଳରେ ଦେବୀ ଦୂର୍ଗାଙ୍କ ମୃଣ୍ମୟୀ ପ୍ରତିମା ଭାରତୀୟ ସଂସ୍କୃତିରେ ଦୁର୍ଗାପୂଜାର ଇତିହାସ ଅତି ପ୍ରାଚୀନ । ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ରାଜ...
No comments:
Post a Comment