ଗଙ୍ଗ ଶାନ୍ତନୁଙ୍କୁ ତ୍ୟାଗ କରି ଯିବା ପରେ ଶାନ୍ତନୁ ଧୀବରକନ୍ୟା ସତ୍ୟବତୀ (ମସ୍ୟଗନ୍ଧା) । ଋଷି ପରାସରଙ୍କ ସହିତ ସତ୍ୟବତୀ ପ୍ରଥମେ ଶାରୀରିକ ସମ୍ପର୍କପରେ ବ୍ୟାସଦେବ ଜନ୍ମହେଲେ ପରେ କନ୍ୟା ସତ୍ୟବତୀ ତାଙ୍କର ସୁଗନ୍ଧ ଯୋଜନ ଯୋଜନ ପର୍ଯ୍ୟନ୍ତ ମୋହିତ ହେବାରୁ ତାଙ୍କ ନାମ ଯୋଜନଗନ୍ଧାଙ୍କ ରୂପରେ ନାମ ରଖାଗଲା , ତାହାଙ୍କୁ ବିବାହ କରିବାକୁ ଇଚ୍ଛା କଲେ ଶାନ୍ତନୁ, କିନ୍ତୁ ଶାନ୍ତନୁ ଙ୍କ ବିବାହିତା ପତ୍ନୀ ଗଙ୍ଗାଙ୍କ ଗର୍ଭଜାତ ପୁତ୍ର ଦେଵବ୍ରତ ପରେ ରାଜା ହେବେ ଓ ଧୀବରରାଜାକନ୍ୟାଙ୍କ ଗର୍ଭଜାତ ପୁତ୍ର ରାଜା ହେବେ ନାହିଁ, ଏହି ଆଶଙ୍କାରେ ଧୀବରରାଜ କନ୍ୟାଙ୍କୁ ଶାନ୍ତନୁଙ୍କୁ ବିବାହ କରିବାକୁ କୁଣ୍ଠିତ ହେଲେ ଏବଂ ସତ୍ୟ ରଖିଲେ ଯଦି ମୋର କନ୍ୟା ଗର୍ଭଜାତ ପୁତ୍ର ରାଜା ହେବ ତାହେଲେ ମୁଁ ମୋର କନ୍ୟାକୁ ଆପଣଙ୍କ ସହିତ ବିବାହ କରିବି । ଶାନ୍ତନୁ କିନ୍ତୁ ଏ ପ୍ରସ୍ତାବରେ ରାଜି ହେଲେ ନାହିଁ ଫେରିଆସିଲେ ରାଜପ୍ରାସାଦକୁ ,ଧୀରେ ଧୀରେ ଶାନ୍ତନୁ ସତ୍ୟବତୀକୁ ଝୁରି ଝୁରି ରୋଗଗ୍ରସ୍ତ ହୋଇପଡିଲେ । କେଉଁ କାରଣରୁ ପିତାଙ୍କର ଶରୀର ଧୀରେ ଧୀରେ ରୋଗଗ୍ରସ୍ତ ହେବାରେ ଲାଗିଛି ଜାଣିବା ପାଇଁ ଗୁପ୍ତଚର ଲଗାଇଲେ , ଗୁପ୍ତଚରଟି ସମ୍ପୁର୍ଣ୍ଣ ବିବରଣୀ ଦେଵବ୍ରତଙ୍କ ଆଗରେ ପ୍ରକାଶ କଲେ । ଦେବବ୍ରତ ଏହା ଶୁଣିପାରି ଧୀବରରାଜଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ ଯେ ଆପଣଙ୍କ କନ୍ୟାଙ୍କ ଗର୍ଭଜାତ ସନ୍ତାନ ରାଜା ହେବେ, ମୁଁ ରାଜା ହେବି ନାହିଁ ବୋଲି ପ୍ରତିଜ୍ଞା କରୁଅଛି ଧୀବରରାଜ କହିଲେ ତୁମେ ସିନା ରାଜା ହେବ ନାହିଁ, କିନ୍ତୁ ତୁମ ପୁତ୍ରପୌତ୍ରାଦିତ ରାଜଗାଦି ଦାବୀ କରିବେ ଏହା ଶୁଣି ଭୀଷ୍ମ ପ୍ରତିଜ୍ଞା କଲେ ଯେ ମୁଁ ଆପଣଙ୍କର ଏ ଆଶଙ୍କା ଦୁର କରିବା ନିମନ୍ତେ ଚିରକୁମାର— ବ୍ରତ ଅବଲମ୍ୱନ କରିବି ଏହି ପ୍ରତିଜ୍ଞା କରି ଧୀବରରାଜଙ୍କ ଠାରୁ ତାଙ୍କ କନ୍ୟାଙ୍କୁ ଜନନୀ ବୋଲି ସଂବୋଧନ କରି ଆଣି ଦେବବ୍ରତ ପିତାଙ୍କୁ ସମର୍ପଣ କଲେ ସେହି ପ୍ରତିଜ୍ଞା ଅନୁସାରେ ଭୀଷ୍ମ ଚିରକୌମାରବ୍ରତ ଧାରଣ କଲେ ଏଥିପାଇଁ ଅଟଳ ପ୍ରତିଜ୍ଞାକୁ ଭୀଷ୍ମପ୍ରତିଜ୍ଞା ବୋଲାଯାଏ ଭୀଷ୍ମ ଅପୁତ୍ରକ ଥିଲେ; ତାଙ୍କୁ କିଏ ପିଣ୍ଡ ଦେବ ବୋଲି କେହି ପଚାରିବାରୁ ସେ କହିଲେ ସଂସାରର ସମସ୍ତ ଲୋକେ ମୋ ପୁଅ ଓ ମତେ ପିଣ୍ଡ ଦେବେ ଏଥିପାଇଁ ମାଘ ଶୁକ୍ଳ ଅଷ୍ଟମୀଦିନ ପ୍ରତ୍ୟେକ ହିନ୍ଦୁ ଗୃହସ୍ଥ ଭୀଷ୍ମଙ୍କ ପାଇଁ ଶ୍ରାଦ୍ଧ କରନ୍ତି ଶାନ୍ତନୁଙ୍କର ଦ୍ୱିତୀୟ ପତ୍ନୀ ସତ୍ୟବତୀଙ୍କ ଗର୍ଭରୁ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ନାମକ ଦୁଇ ପୁତ୍ର ଜାତ ହେଲେ ଚିତ୍ରାଙ୍ଗଦ ଏକ ଗନ୍ଧର୍ବଦ୍ୱାରା କୁମାର ଅବସ୍ଥାରେ ହତ ହେଲେ ଓ ବୀଚିତ୍ରବୀର୍ଯ୍ୟ କାଶୀରାଜଙ୍କର ୩ କନ୍ୟାଙ୍କୁ ବିବାହ କଲେ; କିନ୍ତୁ ନିଃସନ୍ତାନ ହୋଇ ମରିବାରୁ ସତ୍ୟବତୀଙ୍କ ଆଦେଶକ୍ରମେ ପରାଶରଙ୍କ ଔରସ ସତ୍ୟବତୀଙ୍କ କାନୀନ ପୁତ୍ର ବେଦବ୍ୟାସ ଦୁଇ ଅନୁଜ ଭ୍ରାତା ବିଧବା ପତ୍ନୀଙ୍କ ବିଚିତ୍ରବୀର୍ଯ୍ୟଙ୍କର ଦୁଇ ବିଧବାଙ୍କ ଗର୍ଭରୁ ଦୁଇ ପୁତ୍ର ଜନ୍ମହେଲେ ଯେଉଁ ପତ୍ନୀଟି ଚକ୍ଷୁ ବନ୍ଧ କରିଦେଇଥିଲା ତାଙ୍କର ଅନ୍ଧ ପୁତ୍ର ଧୃତରାଷ୍ଟ୍ର ଓ ଅନ୍ୟ ପତ୍ନୀ ଟିର ପାଣ୍ଡୁ ଜନ୍ମଗ୍ରହଣ କଲେ ।
ପଦେ.....
ବ୍ରହ୍ମ ଶ୍ୟ ଉର୍ବଶି ଭାର୍ଯ୍ୟା ପୁତ୍ର ବଶିଷ୍ଠମେ ବଚ ।।
ବଶିଷ୍ଠ ଚାଣ୍ଡାଳି ଭାର୍ଯ୍ୟା ପୁତ୍ର ଶକ୍ତି ମହାମୁନି ।।
ଶକ୍ତି ଚ ପକ୍ଷୀ ମାଳୟା ପୁତ୍ର ପରାସର ମୁନି ।।
ପରାସର କୈଵତ ଭାର୍ଯ୍ୟା ପୁତ୍ର ବ୍ୟାସ ମହାମୁନି ।।
ବ୍ୟାସ ଶ୍ୟା ବଧୂ ଭାର୍ଯ୍ୟାୟା ପୁତ୍ର ଧୃତରାଷ୍ଟ୍ର ପଣ୍ଡୁବ।।
ତପ ବଳେ କୂଳ ଶ୍ରେଷ୍ଠ ଆକୁଳ କୁଳ ରାକ୍ଷତ ।।
କ୍ରମଶଃ.........
No comments:
Post a Comment